5ଟି ଇଫେକ୍ଟ : 2019ରେ 12,932 କର୍ମଚାରୀଙ୍କୁ ମିଳିଛି ପଦୋନ୍ନତି

ଭୁବନେଶ୍ୱର() ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ ଟି ଜିଲ୍ଲାରେ ଗ୍ରୁପ-ଏ ଠାରୁ ଆରମ୍ଭ କରି ଗ୍ରୁପ-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି । ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ ।

ସୂଚନା ଅନୁସାରେ, ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀ ମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ ଅଯଥା ହଇରାଣ ହରକତ କ୍ଷୋଭପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୩୧ ତାରିଖ ସୁଦ୍ଧା ସବୁ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବା ପାଇଁ ଡିସେମ୍ବର ୨୧ ତାରିଖ ଦିନ ନିଦେ୍ର୍ଧଶ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୨୪ରୁ ୩୧ ସୁଦ୍ଧା ଗ୍ରୁପ-ଏରେ ୮୫୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ-ବିରେ ୫୨୭ ଗଣଙ୍କୁ ,ଗ୍ରୁପ-ସିରେ ୧୪୯୬ ଜଣଙ୍କୁ ଏବଂ ଗ୍ରୁପ-ଡିରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ୨୦୧୯ ଜାନୁଆରୀରୁ ନଭେମ୍ବର ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ପଦୋନ୍ନତି ପାଇଥିଲେ । ଡିମେମ୍ବର ମାସରେ ପଦୋନ୍ନତି ପାଇଥିବା ୩୧୬୬ ଜଣଙ୍କୁ ମିଶାଇ ୨୦୧୯ ବର୍ଷରେ ବିଭିନ୍ନ ବର୍ଗର ୧୨,୯୩୨ ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି । କେବଳ ଜିଲ୍ଲା ସ୍ତରରେ ଏହି ସମୟ ମଧ୍ୟରେ ୩୧୩୯ ଜଣ ପଦୋନ୍ନତି ପାଇଛନ୍ତି ।

ସେପଟେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ କଟକ ଜିଲ୍ଲାର ସର୍ବାଧିକ ୭୪୮ ଜଣ କର୍ମଚାରୀ ପଦୋନ୍ନତି ପାଇଥିବା ବେଳେ ମୟୁରଭଂଜ ଜିଲ୍ଲାର ୨୧୮ ଜଣ ଓ ଗଂଜାମରେ ୧୯୪ ଜଣ ପଦୋନ୍ନତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ୫-ଟି ନୀତିରେ ସମୟ, ସ୍ୱଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପ୍ରୟୋଗ ଜରିଆରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି । ୫ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କ ପଦୋନ୍ନତିରେ ଅଯଥା ବିଳମ୍ବ ନକରି ଯଥା ସମୟରେ ପଦୋନ୍ନତି ଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 3 =