ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାର ୩୫୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ଏହା ସହ ୩୬୬ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ୩୪ ହଜାର ୭୯୧ ଜଣ ସୁସ୍ଥ ହୋଇଛନ୍ତି ଜ୍ଝ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ ଆରୋଗ୍ୟ ହାର ୯୭.୪୫ ପ୍ରତିଶତରେ ପହଂଚିଛି ଜ୍ଝ ବର୍ତ୍ତମାନ ସୁଦ୍ଧା ଭାରତରେ ୩ ଲକ୍ଷ ୯୯ ହଜାର ୭୭୮ଟି ସକ୍ରିୟ ମାମଲା ଥିବାବେଳେ ସମୁଦାୟ ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଛି ଜ୍ଝ
ସେହିପରି କରୋନାରୁ ସମୁଦାୟ ୩ କୋଟି ୨୦ ଲକ୍ଷ ୬୩ ହଜାର ୬୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଜ୍ଝ ଏପର୍ୟ୍ୟନ୍ତ ଦେଶରେ ୬୭ କୋଟି ୯ ଲକ୍ଷ ୫୯ ହଜାର ୯୬୮ ଜଣଙ୍କୁ ଟିକା ଦିଆଗଲାଣି ଜ୍ଝ ସୂଚନା ଥାଉ କି ଗତକାଲି ୨ ମାସରେ ସର୍ବାଧିକ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

2 × 4 =