୧୨ ଆଇଏଏସଙ୍କୁ ଦାୟିତ୍ୱ

‘ଫୋନି’ ପାଇଁ ୧୨ ଆଇଏଏସଙ୍କୁ ଦାୟିତ୍ୱ ।  ପୁରୀଠାରୁ ୬୨୦ କି.ମି. ଦୂରରେ ଥିବା ବେଳେ ୩ ତାରିଖ ଅପରାହ୍ଣରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ସମ୍ଭାବ୍ୟ ‘ଫୋନି’ର ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫୋନିର ମୁକାବିଲା ସହ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ୟ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୧୨ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି।

ପୁରୀ ଦାୟିତ୍ୱରେ ଅଛନ୍ତି ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସେହିଭଳି ଜଗତସିଂହପୁରର ସ୍ଥିତି ଉପରେ ନଜର ରଖିବେ ଆଇଏଏସ ଅଧିକାରୀ ଶ୍ରୀ ଶାଶ୍ୱତ ମିଶ୍ର । ସେହିଭଳି ଆଉ ଦୁଇ ଜଣ ଆଇଏଏସ ଅଧିକାରୀ କେନ୍ଦ୍ରାପଡାର ସ୍ଥିତି ଅନୁଧ୍ୟାନ କରିବେ । ଶ୍ରୀ ପ୍ରଦୀପ କୁମାର ଜେନା ଏବଂ ଶ୍ରୀ ହେମନ୍ତ କୁମାର ପାଢୀ କେନ୍ଦ୍ରାପଡା ଉପରେ ନଜର ରଖିବେ । ଭଦ୍ରକ ପାଇଁ ଶ୍ରୀ ସୁଦର୍ଶନ ପାଲ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବାଣିଜ୍ୟର ପେଣ୍ଠସ୍ଥଳି କଟକର ସ୍ଥିତି ତଦାରଖ କରିବେ ଶ୍ରୀ ସଂଜିବ ଚୋପ୍ରା ଓ ଶ୍ରୀ ସଂଗ୍ରାମଜିତ୍ ନାୟକ । ସଂଗ୍ରାମଜିତ୍ ସିଏମସିର କାର୍ୟ୍ୟକ୍ରମ ଉପରେ ନଜର ରଖିବେ ।

ଖୋର୍ଧା ପାଇଁ ଶ୍ରୀ କ୍ରିଷ୍ଣ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଯାଜପୁର ପାଇଁ ଶ୍ରୀ ଅନୀଲ କୁମାର ସାମଲଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲାରେ ଫୋନି ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ତଦାରଖ କରିବେ ୨ ଜଣ ଆଇଏଏସ ଅଫିସର । ଶ୍ରୀ ଅବଦଲ ଅଖତର ଏବଂ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୂରୀ । ତେବେ ଭୁବନେଶ୍ୱର ଏସଆରସି ଅଫିସରେ ଅତିରିକ୍ତ ଅଫିସରରେ ଭାବେ ଦାୟିତ୍ୱ ତୁଲାଇବେ ମୋନିସା ବାନାର୍ଜି । ଏହି ୧୨ ଜଣ ଆଇଏଏସ ଅଧିକାରୀ ଜିଲ୍ଲାମାନଙ୍କରେ ରିଲିଫ, ପ୍ରଭାବିତ ଆଶଙ୍କାରେ ଥିବା ଲୋକଙ୍କ ସ୍ଥାନାନ୍ତର ଓ ପୁନଃଥଇଥାନ ଉପରେ ନଜର ରଖିବେ ।

Share

Leave a Reply

Your email address will not be published. Required fields are marked *

six − 2 =