ଭୟଭୀତ ନହୋଇ ସତର୍କ ରୁହନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ଉଗ୍ର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ବାତ୍ୟାରେ ବିପନ୍ନ ହେବାର ସମ୍ଭାବନା ଥିବା ଲୋକମାନଙ୍କୁ ଯୁଦ୍ଧକାଳୀନ ରୀତିରେ ସ୍ଥାନାନ୍ତର କରାଇବାକୁ ଜିଲ୍ଲା ପ୍ରଶାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରିଲିଫ୍ ଯୋଗାଇ ଦେବାକୁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’ । ୩ ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ବହିବା ସହ ଭୀଷଣ ବର୍ଷା ମଧ୍ୟ ହେବ । ଏହି ସମୟରେ ବିଭିନ୍ନ ପ୍ରକାର ବିପର୍ୟ୍ୟୟ ଘଟିପାରେ । ମୁଖ୍ୟତଃ ବଡ ବଡ ଗଛ, ବିଜୁଳି ଖୁଣ୍ଟ ଉପୁଡିଯାଇପାରେ । ଦୁର୍ବଳ ଘର ଭାଙ୍ଗିଯାଇପାରେ । ବାତ୍ୟା ଭୟରେ ଦୋକାନ ବଜାର ବନ୍ଦ ରହିପାରେ । ଗଛ ପଡିବା ଏବଂ ବଜୁଳି ଖୁଣ୍ଟ ଉପୁଡିଯିବା ଯୋଗୁଁ ପାଓ୍ବାର କଟ୍ ହୋଇପାରେ, ଜଳ ଯୋଗାଣ ବନ୍ଦ ରହିପାରେ । ଭୀଷଣ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିପାରେ ।

Share

Leave a Reply

Your email address will not be published. Required fields are marked *

eight − seven =