ବାତ୍ୟା ‘ବୁଲବୁଲ’ର ଓଡ଼ିଶାରେ ପଡ଼ିବ ପ୍ରଭାବ, ଭାଙ୍ଗିପାରେ ଗଛ, ଉପୁଡିପାରେ ବିଦ୍ୟୁତ ଖୁଣ୍ଟ

ଭୁବନେଶ୍ୱର() ବାତ୍ୟା ବୁଲବୁଲ ଓଡିଶା ପାଖ ଦେଇ ପଶ୍ଚିମବଂଗ ଗଲା ବେଳେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ୭ ଜିଲ୍ଲାକୁ ପ୍ରବଳ ବର୍ଷା ପବନ ହେବର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ।ବାତ୍ୟା ଓଡିଶା ପାଖ ଦେଇ ଗଲାବେଳେ ପବନର ବେଗ ୮୦-୯୦ କିମି ରହିବ ।

ବାତ୍ୟାର ବେଗ ବଢୁଛି କଚାଘର ଓ ବିଦ୍ୟୁତ ଖୁଂଟି ଉପରେ ନଜର ରଖାଯାଇଛି । ୧୦ରେ ପବନର ପ୍ରଭାବ କମିବ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଭିଡିଓ କନଫରେନ୍ସି ମାଧ୍ୟମରେ ମୁକାବିଲା ନେଇ ସମୀକ୍ଷା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ଅଧିକାରୀଙ୍କ ସହ ଆଲୋଚନା ଚାଲଛି ।

Share

Leave a Reply

Your email address will not be published. Required fields are marked *

2 × three =