କୋଟିଆରେ ହେବ ଥାନା

ଭୁବନେଶ୍ୱର() କୋଟିଆରେ ପ୍ରତିଷ୍ଠା ହେବ ଥାନା । ୨୧ଟି କୋଟିଆ ଗ୍ରାମର ସମାଧାନ ନେଇ ପ୍ରତିଷ୍ଠା ହେବ ଥାନା ।ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ନେଇ ଆଜି ବିଧାନସଭା ଗୃହ କମିଟିର ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିିଥିଲା । ରାଜ୍ୟ ସୀମାର ୫କିମି ଭିତରେ କୈାଣସି ଅନୁଷ୍ଠାନ ବନ୍ଦ ହେବନି । କୈାଣସି ସ୍କୁଲ, କଲେଜ, ସରକାରୀ କାର୍ୟ୍ୟାଳୟ ବନ୍ଦ କରାଯିବ ନାହିଁ ।

ସୀମାବର୍ତ୍ତୀ ଅନୁଷ୍ଠାନର ଉନ୍ନତୀକରଣ ପାଇଁ ସରକାର ଚେଷ୍ଟା କରିବେ । ସୀମାନ୍ତ ଅଂଚଳର ଲଘୁ ଖଣିଜ ପଦାର୍ଥର ସୁପରିଚାଳନା କରାଯିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଛି । ରାଜସ୍ୱ ବିଭାଗର ବୈଠକ ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । ଗଜପତିର ୧୬ ଏବଂ ଗଞ୍ଜାମର ୧୩ବିବାଦୀୟ ଗାଁ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ବୈଠକ ଶେଷ ପରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five + one =