ଜମିଜମା ବିବାଦକୁ କେନ୍ଦ୍ର କରି,ବଡ଼ ଭାଇର ପରିବାରକୁ ନାଶ କଲା ସାନ ଭାଇ

ସୀମା ଟପିଲା ପାରିବାରିକ କଳହ। ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ। ବଡ ଭାଇ ପରିବାରରଙ୍କୁ ମାରି ହତ୍ୟା କଲା ସାନ ଭାଇ। ଏଭଳି ଏକ ଘଟଣା ଘଟିଛି ମାହାଙ୍ଗା କୁସୁପୁର ପଞ୍ଚାୟତ କୁସୁପୁର ଗ୍ରାମରେ।  ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ୍ ଓ ସାଲେପୁର ଏସଡିପିଓ ପହଁଚି ତଦନ୍ତ ଚଳାଇନ୍ତି।

୫ ଜଣ ମୃତକ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମି ସାହୁ, ୨୦ ବର୍ଷର ଝିଅ ପାୟଲ୍, ୧୭ ବର୍ଷର ପୁଅ ଗୁଡୁ ଓ ୧୫ ବର୍ଷର ସାନ ପୁଅ ଇସି।  ଅଲେଖ ସାହୁଙ୍କ ସାନ ଭାଇ ଶିବ ସାହୁ ହତ୍ୟା କରି ବାଲିଚନ୍ଦ୍ରପୁର ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ବନ୍ଦ ଘରୁ ପୋଲିସ୍ ପ୍ରଶାସନ ଓ ତହସିଲ ପ୍ରଶାସନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଲା ଭାଙ୍ଗ ଯାଇଛି।

Share

Leave a Reply

Your email address will not be published. Required fields are marked *

18 + eighteen =