ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ,ସଞ୍ଜୟ ସିଂ ନୂଆ ବିଏମ୍‌ସି କମିଶନର

ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନ ଆଇଏଏସ୍ ସଞ୍ଜୟ ସିଂଙ୍କୁ ଦିଆଯାଇଛି । ପୂର୍ବରୁ ବିଏମସି କମିଶନର ଦାୟିତ୍ୱରେ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଅଫିସର ଭାବେ ଦାୟିତ୍ବ ଦିଆଯାଇଛି ।

୧୯୯୭ ବ୍ୟାଚ୍ ର ଆଇଏଏସ୍ ଅଫିସର ସଞ୍ଜୟ କୁମାର ସିଂ ନୂଆ ବିଏମସି କମିଶନର ଦାୟିତ୍ୱ ନେବା ସହ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ସ୍ମାର୍ଟ ସିଟିର ସିଇଓ ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହ ନେବେ ।ସଞ୍ଜୟ କୁମାର ସିଂ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଅଛନ୍ତି ।

ଅନ୍ୟପକ୍ଷେ କ୍ରିଷନ କୁମାରଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରିଷନ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଅଛନ୍ତି କ୍ରିଷନ କୁମାର । ପିକେଡିଏର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି କ୍ରିଷନ କୁମାର। ସେହିଭଳି ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ଦାୟିତ୍ୱ ମିଳିଛି । ବିଷ୍ଣୁପଦ ସେଠୀ ଏବେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଷ୍ଣୁପଦ ସେଠୀ ।ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ହେମନ୍ତ ଶର୍ମା ଏବେ ଶିଳ୍ପ ବିଭାଗର ସଚିବ ଅଛନ୍ତି । ଇପିକଲ୍ର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଅଛନ୍ତି ହେମନ୍ତ ଶର୍ମା ।

 

 

Share

Leave a Reply

Your email address will not be published. Required fields are marked *

one × 4 =