ଆସିଲାନି ଗାର୍ଲଫ୍ରେଣ୍ଡ୍‌, କଟିଗଲା ୯୫ ହଜାର ଟଙ୍କା

କଟକ: ଗାର୍ଲଫ୍ରେଣ୍ଡ ପାଇବା ଲୋଭରେ ୯୫ ହଜାର ଟଙ୍କା ହରାଇଲେ ଯୁବକ । ସେ ଅନଲାଇନରେ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିବାବେଳେ ପହଞ୍ଚିନଥିଲା ଗାର୍ଲଫ୍ରେଣ୍ଡ । ଶେଷରେ ନିରାଶ ହୋଇ ଥାନାରେ ଅଭିଯୋଗ କରିଛନ୍ତି ଯୁବକ । କଟକ ଜିଲ୍ଲା ବିଡ଼ାନାସୀ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଯୁବକ ଜଣକ ଏକ ଡେଟିଂ ସାଇଟରେ ଗାର୍ଲଫ୍ରେଣ୍ଡ୍ ଖୋଜୁଥିଲେ । ଆଉ ତାଙ୍କୁ ମଧ୍ୟ ତାଙ୍କ ମନପସନ୍ଦର ୱେବସାଟ୍ଟିଏ ମିଳିଥିଲା । ଯେଉଁଥିରେ କି ସେ ଅନଲାଇନରେ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିଲେ । ପାର୍କ, ହୋଟେଲ ହେଉ କିମ୍ବା ଘର ସବୁଠିକି ଗାର୍ଲଫ୍ରେଣ୍ଡକୁ ନେଇ ପାରିବେ ବୋଲି ରହିଥିଲା ଅପସନ । ତେବେ ଯୁବକଙ୍କୁ ଏହି ସୁବିଧା ଲାଗି ୱେବସାଇଟ୍ ମାଗିଥିଲା ୯୫ ହଜାର ଟଙ୍କା ।

ଗାର୍ଲଫ୍ରେଣ୍ଡ ପାଇବା ଲୋଭରେ ଟଙ୍କା ଦେଇଥିଲେ ଯୁବକ । ଦିନ ପରେ ଦିନ ଅପେକ୍ଷା କରିବା ପରେ ମଧ୍ୟ ଗାର୍ଲଫ୍ରେଣ୍ଡ ଆସିନଥିଲା । ଶେଷରେ ୱେବସାଇଟରେ ଦିଆଯାଇଥିବା ନମ୍ବରରେ କଲ କରିଥିଲେ ସୁଦ୍ଧା ତାହା ସୁଇଜ୍ ଅଫ୍ ଆସିଥିଲା । ସେପଟେ ୱେବସାଇଟ୍ ଚେକ୍ କରିବା ବେଳକୁ ତାହା ମଧ୍ୟ ବନ୍ଦ ହୋଇଯାଇଥିଲା । ଶେଷରେ କିଛି ଉପାୟ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ ।

Share

Leave a Reply

Your email address will not be published. Required fields are marked *

five × five =