ସତ୍ୟନଗର ଶଶ୍ମାନରେ ହେବ ବିଜୟ ସାହୁଙ୍କ ଅନ୍ତିମ ସଂସ୍ମାର

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଛି । ସତ୍ୟନଗର ଶଶ୍ମାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ସଂସ୍କାର । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ବିଜୟ । ଆଜି ତାଙ୍କର ମରଶରୀର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି । ତାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ କରିବା ଲାଗି ବନ୍ଧୁ ପରିଜନଙ୍କ ଭିଡ଼ ଲାଗିଛି ।

Share

Leave a Reply

Your email address will not be published. Required fields are marked *

fifteen − one =