ରୂପାନ୍ତରିତ ଓଡିଶା : ଏକ ଉତ୍ସର୍ଗୀକୃତ କାହାଣୀ

ଭୁବନେଶ୍ବର () ସରକାର ଲୋକଙ୍କର, ଲୋକଙ୍କ ଦ୍ବାରା ଏବଂ ଲୋକଙ୍କ ପାଇଁ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଂକନଙ୍କ ଏହି ଉକ୍ତିଟି ଆଜି ବି ଭାରତ ଭଳି ଏକ ଗଣତାନ୍ତ୍ରୀକ ଦେଶରେ ସତ ବୋଲି ପ୍ରମାଣିତ ହୋଇଛି । ଲୋକେ ହେଉଛନ୍ତି ପ୍ରକୃତ ମାଷ୍ଟର ଏବଂ ସବୁ ସରକାରୀ କାର୍ଯ୍ୟକ୍ରମରେ ସେମାନେ ହିଁ କେନ୍ଦ୍ର ବିନ୍ଦୁ । ଭଲ କାମ କରି ଏକ ସରକାର ଲୋକଙ୍କ ବିଶ୍ବାସଭାଜନ ହୋଇଥାଏ ଏବଂ ନିୟମିତ ଭଲ କାମ ଦ୍ବାରା ସମ୍ପୁର୍ଣ୍ଣ ଭାବେ ଲୋକଙ୍କ ଆସ୍ଥାଭାଜନ ହୁଏ । ସରକାରର ସବୁ ଅଙ୍ଗପ୍ରତ୍ୟଙ୍ଗ ମିଳିତ ଭାବେ ଲୋକଙ୍କ ଆଶା ପୂରଣ କରିବା ଆଜିକା ଦିନରେ ସବୁଠାରୁ ବଡ ଚ୍ୟାଲେଂଜ ।

ହେଲେ ଯେତେବେଳେ ନେତୃତ୍ବ ନିକଟରେ ସ୍ପଷ୍ଟ ଆଶା ରହିଛି ଏବଂ ତାଙ୍କଠୁ ବଳିଷ୍ଠ ପ୍ରେରଣା ମିଳିଥାଏ ସେ ସମୟରେ କୌଣସି ଚ୍ୟାଲେଂଜ କଷ୍ଟକର ନୁହେଁ । ଓଡିଶା ଏବେ ଏକ ଦୃଢ ଏବଂ ନମନୀୟ ପରିବର୍ତ୍ତନ ଆଡେ ଦୃଢତାର ସହ ଅଗ୍ରଗତି କରୁଛି । ଏକ ଦକ୍ଷ ନେତୃତ୍ବର ମାର୍ଗଦର୍ଶନରେ ଡାହାଣ ହାତ ସବୁ ଦାୟିତ୍ବର ଭାର ବହନ କରିଛି ।

ଏକ ସ୍ବଛ, ଦୁର୍ନୀତିମୁକ୍ତ ଓ ଲୋକ କୈନ୍ଦ୍ରିକ ପ୍ରଶାସନିକ ମଡେଲ ପାଇଁ ଓଡିଶାବାସୀ ଗତ ଦୁଇ ଦଶନ୍ଧୀ ଧରି ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର ଉପରେ ଆସ୍ଥା ପ୍ରକଟ କରିଆସୁଛନ୍ତି । ପ୍ରଶାସନର ଏହି ମଡେଲ ଉଭୟ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଏହା ଏକ ବେଞ୍ଚମାର୍କ ହୋଇଛି । ନବୀନ ପଟ୍ଟନାୟକ ନିଜର ଚତୁର୍ଥ ଟର୍ମରେ 3ଟି ଅର୍ଥାତ ଟିମୱାର୍ସ, ଟ୍ରାନ୍ସପାରେନ୍ସ ଓ ଟେକ୍ନୋଲୋଜିକୁ ଗୁରୁତ୍ବ ଦେଉଥିବା ବେଳେ ପଂଚମ ପାଳିରେ ଏଥିରେ ଟାଇମ ଓ ଟ୍ରାନ୍ସଫରମେସନକୁ ଯୋଗକରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି 5-ଟି ମନ୍ତ୍ର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ପ୍ରଶାସନିକ ଦକ୍ଷତାବୃଦ୍ଧି ପାଇଁ ଉଦ୍ଦିଷ୍ଟ ।

ମୁଖ୍ୟମନ୍ତ୍ରୀଙ୍କ ଏହି ପରିବର୍ତ୍ତନର ପ୍ରକ୍ରିୟାକୁ ଜଣେ ‘ଇସ୍ପାତ ଫ୍ରେମ’ ନେତୃତ୍ବ ଦେଉଛନ୍ତି । ସରଦାର ପଟେଲଙ୍କ ମତରେ ଏହି ଇସ୍ପାତ ଫ୍ରେମ ହେଉଛି ସିଏ ଯିଏ ସବୁ ପ୍ରଶାସନିକ ବ୍ୟୁରୋକ୍ରାଟଙ୍କ କର୍ଣ୍ଣଧାର ସାଜିଥାନ୍ତି । ନିକଟରେ କିଛି ଘଟଣାକ୍ରମରେ ପ୍ରଶାସନିକ ଅଧିକାରୀମାନେ ସିଧାସଳଖ ଲୋକଙ୍କ ପାଖରେ ପହଁଚିବା ଏବଂ ସ୍ପଟ ଉପରେ ସମସ୍ୟାର ସମାଧାନ କରିବା ଘଟଣାରୁ ପରିବର୍ତ୍ତିନର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳୁଛି ।

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହୁଅନ୍ତୁ ବା ଗଜପତି ଜିଲ୍ଲାପାଳ ଅନୁପମ ସାହା, ଏପରିକି କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା ଲୋକଙ୍କ ନିକଟତର ହେବା ଏବଂ ପ୍ରଶାସନକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଁଚାଇବାକୁ ଯେଉଁ ଚେଷ୍ଟା କରିଛନ୍ତି ତାହା ପ୍ରକୃତରେ ପରିବର୍ତ୍ତନର ନୂଆ ଦିଗନ୍ତ ସୃଷ୍ଟି କରିଛି । ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍କେନା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ ହେବା, ପୂରୀ ଜିଲ୍ଲାପାଳଙ୍କ ମୋ ବେଳାଭୂମୀ କ୍ୟାମ୍ପେନ ଏବଂ କୋରାପୁଟ ଜିଲ୍ଲାପାଳ ଜଙ୍ଗଲ ପାହାଡ ଘେରା ଏକ ଗାଁରେ ବିକାଶ କାର୍ଯ୍ୟର ସମୀକ୍ଷା କରିବା ନବୀନଙ୍କ ନୂଆ ଓଡିଶା ଗଠନର କିଛି ଉଦାହାରଣ ମାତ୍ର ।

ରାଜ୍ୟର ବିଭିନ୍ନ ସ୍ତରରେ ଏବେ ମୁଖ୍ୟମନ୍ତ୍ରୀ 5-ଟି ମନ୍ତ୍ରକୁ ବେଶ ସକରାତ୍ମକ ଭାବେ କାର୍ଯ୍ୟକାରୀ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଜଣେ ସ୍ବତନ୍ତ୍ର ଅଫିସରଙ୍କୁ ଏହାର ତଦାରଖ ଦାୟିତ୍ବ ଦେଇଛନ୍ତି । ସେ ଆଉ କେହି ନୁହଁନ୍ତି, ଯୁବ ଓ କର୍ମତତ୍ପର ଆଇଏଏସ ଅଫିସର ଭି.କାର୍ତ୍ତିକେୟ ପାଣ୍ଡିଆନ । ଏହି ଅଫିସର ଯେଉଁ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି ସେଠାରେ ସେ ନିଜସ୍ବ ଛାପ ଛାଡିଆସିଛନ୍ତି । ସେ ଏବେ ମୁଖ୍ୟମନ୍ତ୍ରୀ 5ଟିର ସଚିବ । ଏଥିରୁ ନବୀନ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଉତ୍ତମ ପ୍ରଶାସନ ଓ ଜନସେବା ହିଁ ତାଙ୍କ ସରକାରର ପ୍ରାଥମିକତା । ବର୍ତ୍ତମାନ ଚର୍ଚ୍ଚାରେ ଥିବା ଏହି ଯୁବ ଅଫିସର ଜଣକ ନିଜର ବ୍ୟକ୍ତିତ୍ବ, ସ୍ବଳ୍ପଭାଷୀ କିନ୍ତୁ କଠୋର କାର୍ଯ୍ୟ ପାଇଁ ସୁପରିଚିତ । 2000 ବ୍ୟାଚର ଏହି ଆଇଏଏସ ଅଫିସର ଏବେ ବେଶ ସଫଳତାର ସହ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଅଗେଇ ନେଉଛନ୍ତି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ଭାବେ ମିଲରମାନଙ୍କ ଉପରେ ସେ ନେଇଥିବା କଠୋର କାର୍ଯ୍ୟାନୁଷ୍ଠାନ ଦ୍ବାରା ସେସମୟରେ ଚାଷୀମାନେ ଧାନ ବିକ୍ରି ପରେ ପୂର୍ଣ୍ଣ ଏମଏସପି ପାଇପାରିଥିଲେ । ଏଥିସହିତ ସେ ସମୟରେ ସମବାୟ ସଂସ୍ଥା ସର୍ବାଧିକ ଲାଭ କରିଥିଲା । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ମଧ୍ୟ ହୋଇଥିଲେ । ରାଉଲକେଲାରେ ମାତ୍ର 7 ମାସ ପାଇଁ ଏଡିଏମ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ସେ ସମୟରେ ତାଙ୍କ ନେତୃତ୍ବରେ ଛେଣ୍ଡ ମାର୍କେଟ ଉଚ୍ଛେଦ ଦ୍ବାରା ଲୋକେ 15 ବର୍ଷ ପରେ ନିଜ କଷ୍ଟ ଅର୍ଜିତ ଅର୍ଥ ଫେରିପାଇବାକୁ ସକ୍ଷମ ହୋଇଥିଲେ ।

ଦେଶର ସର୍ବକନିଷ୍ଠ ଜିଲ୍ଲାପାଳ ଭାବେ ଓଡିଶାର ସର୍ବବୃହତ ମୟୁରଭଂଜରେ ତାଙ୍କର ଅବସ୍ଥିତି ସମୟରେ ସେ ଲୋକାଭିମୁଖୀ ପ୍ରଶାସନର ଏକ ମାଇନଖୁଣ୍ଟ ସୃଷ୍ଟି କରିଛନ୍ତି । ସେ ଦୈନିକ ଜିଲ୍ଲାର ଅପହଁଚ ଗାଁକୁ ଗସ୍ତ କରିବା ଦ୍ବାରା ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା । ଜାତୀୟ ସ୍ତରରେ ଶାରୀରିକ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ମୟୁରଭଂଜ ଜିଲ୍ଲା ପୁରସ୍କୃତ ହୋଇଥିଲା । ଗାଁ ଓ ବ୍ଲକ ସ୍ତରରେ ଭିନ୍ନକ୍ଷମଙ୍କ ଚିହ୍ନଟ ଓ ଥଇଥାନ ପାଇଁ ସେ ଏକ ବ୍ୟବସ୍ଥା ସୃଷ୍ଟି କରିଥିଲେ । ସେହି ବ୍ୟବସ୍ଥାକୁ ଏବେ ରାଜ୍ୟ ସରକାର ନିଜସ୍ବ ନୀତି ଭାବେ ଗ୍ରହଣ କରିଛନ୍ତି । ଭିନ୍ନକ୍ଷମଙ୍କ ପାଇଁ କରିଥିବା କାର୍ଯ୍ୟ ପାଇଁ ହେଲେନ କେଲକର ପୁରସ୍କାର ପାଇଛନ୍ତି ।

ପ୍ରଶାସନକୁ ଲୋକଙ୍କ ନିକଟତର କରିବାରେ ତାଙ୍କର ଏହି ଉଦ୍ୟମ ପାଇଁ ଗଂଜାମ ଜିଲ୍ଲା ନରେଗା କାର୍ଯ୍ୟକାରିତା ପାଇଁ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ପାଇଥିଲା । ଗଂଜାମ ଜିଲ୍ଲାପାଳ ଭାବେ ସେ ପ୍ରଥମ ଥର ପାଇଁ ନରେଗା କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମଜୁରୀ ପ୍ରଦାନ ବ୍ୟବସ୍ଥା ଆରମ୍ଭ କରିଥିଲେ । ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରକ୍ରିୟାକୁ ଆପଣେଇଥିଲେ । ରେକର୍ଡ 100 କୋଟି ଟଙ୍କା ହଜାର ହଜାର ଶ୍ରମିକଙ୍କ ପ୍ରାପ୍ୟକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ତାଙ୍କ ଉଦ୍ୟମ ଏବଂ ଅଭିନବ କାର୍ଯ୍ୟଦକ୍ଷତା ପାଇଁ ଗଂଜାମ ଜିଲ୍ଲା ଦୁଇଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଛି । ଏହାହିଁ ଲୋକାଭିମୁଖୀ ପ୍ରଶାସନିକ ଦକ୍ଷତା ଓ ଦୁର୍ନୀତିରୁ ମୂଳପୋଛ କରିବା ଥିବା ଦୃଢ ଇଚ୍ଛାଶକ୍ତିକୁ ପ୍ରତିପାତିଦ କରୁଛି ।

ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ 5-ଟି କାର୍ଯ୍ୟକାରୀତାର ଦାୟିତ୍ୱ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ଏହି ଯୁବ ଆଇଏଏସ ଅଫିସର ଏଦିଗରେ ଜଣେ ଅଗ୍ରଦୂତ । ସେ ନିଜେ ଜଣେ ଟିମ ୱାର୍କରେ ବିଶ୍ୱାସ କରୁଥିବା ବେଳେ କନିଷ୍ଠ ଅଫିସରଙ୍କୁ ଦକ୍ଷତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇଥାନ୍ତି । ଯେଉଁ ଅଧିକାରୀ ମାନେ ତାଙ୍କ ସହ କାର୍ଯ୍ୟ କରିଛନ୍ତି ସେମାନେ ତାଙ୍କ ଆନୁଗତ୍ୟ ଓ ଆଶାତୀତ ସହଯୋଗରେ ଅଭିହିତ । ତାଙ୍କର ଏହି ପ୍ରେରଣା ଏବେଠୁ ଫଳପ୍ରଦ ହେଲାଣି କାରଣ ଦାୟିତ୍ୱ ସମ୍ପନ୍ନ ଅଫିସରମାନେ ମନ୍ତ୍ରୀମାନଙ୍କ ସହ ତ୍ୱରିତ ମିଶନରେ କାର୍ଯ୍ୟ ଆରମ୍ଭ କଲେଣି ।

ଯେଉଁଦିନ ତାଙ୍କୁ 5-ଟିର ସଚିବ ଭାବେ ଦାୟିତ୍ୱ ମିଳିଲା ସେହିଦିନ ହିଁ ସଚିବାଳୟର ନାଁ ବଦଳି ଲୋକ ସେବା ଭବନରେ ନାମିତ ହେଲା।  ଆଗମୀ ଦିନରେ ରାଜ୍ୟର ବିକାଶ ମାନଦଣ୍ଡରେ ଏହିଭଳି ନିଶ୍ଚିତ ପରିବର୍ତ୍ତନ ଦେଖିବାକୁ ମିଳିବ ।

Share

Leave a Reply

Your email address will not be published. Required fields are marked *

fourteen + thirteen =