ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର() ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ, ‘ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଉପରମୁଣ୍ଡା ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି । ଆସନ୍ତାକାଲି ରାଜଘାଟ ନିକଟରେ ଜଳସ୍ତର ବୃଦ୍ଧି ପାଇପାରେ । ରାଜଘାଟରେ ୮,୦୦୦ କ୍ୟୁସେକ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି । ସ୍ଥିତି ଉପରେ ସତର୍କ ନଜର ରଖାଯାଇଛି ।’

ଆବଶ୍ୟକ ପଡିଲେ ଲୋକଙ୍କ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବ । ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତ ନଦୀ ଉପରେ ନଜର ରଖାଯାଇଛି । ୧୦ଟି କଚ୍ଚାଘର ଭାଙ୍ଗିଛି, କିନ୍ତୁ କେହି ବି ମୃତାହତ ନଥିବା ସୂଚନା ମିଳିନାହିଁ । ପରିସ୍ଥିତିର ମୁକାବିଲା ପାଇଁ ଖୁଖିଲା ଖାଦ୍ୟ ସହ ଡଙ୍ଗା ମହଜୁଦ ରଖାଯାଇଛି ବୋଲି ଏସଆରସି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 1 =