ପଞ୍ଜାବରେ ଲାଗିଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ ପାର କରିଥିବା ସମୟରେ କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି | ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି କଟକଣା ଦୈନିକ ୮ ଘଣ୍ଟା ପାଇଁ ଲାଗୁ କରାଯିବ ବୋଲି କୁହାଯାଇଛି । ରାତି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶକୀୟ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ପଞ୍ଜାବ ସରକାର ସୂଚନା ଦେଇଛନ୍ତି ।

ପୂର୍ବରୁ ଦିଲ୍ଲୀରେ ରାତି ୧୦ରୁ ସକାଳ ୫ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଘୋଷାଣା ହୋଇଛି । ଏହି ସମୟରେ ସ୍କୁଲ୍ କଲେଜ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ହୋଇଛି । ଆଗକୁ ୟୁପିରେ ମଧ୍ୟ ନାଇଟ କର୍ଫ୍ୟୁ ହେବାର ଅନୁମାନ କରାଯାଉଛି । ଭୂତାଣୁର କାୟା ବୃଦ୍ଧିପାଉଥିବାରୁ ଆହ୍ଲାବାଦ ହାଇକୋର୍ଟ କର୍ଫ୍ୟୁ ଘୋଷଣା କରିବାକୁ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି । ତେବେ ଏହି ସବୁ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ କଡାକଡି ପାଳନ କରିବାକୁ କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

nineteen + 6 =