ସୂର୍ଯ୍ୟନଗର, ବମିଖାଲ ଓ ପୁରୀ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି …

ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଉଭୟ ମାମଲାରେ ବାହାରିଛି ରାଜ୍ଯ ବାହାର ଲିଙ୍କ । ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ଭୁବନେଶ୍ଵରର ସୂର୍ଯ୍ୟ ନଗରରୁ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ଜଣେ ସମ୍ପର୍କୀୟ ନିକଟରେ ତାଙ୍କ ଘରେ ୪ ଦିନ ହେଲା ରହିଥିଲେ। ସେ ମଧ୍ୟ କରୋନା ପଜିଟିଭ୍‌ ବୋଲି ଚିହ୍ନିତ ହୋଇଛନ୍ତି। ଏଣୁ ଏହି ଭୁତାଣୁ ସେହିଠାରୁ ଆସିଥାଇପାରେ।  ଏଣୁ କୌଣସି ଯାତଆ ଇତିହାସ ନଥାଇ ତାଙ୍କୁ କିପରି କରୋନା ଆକ୍ରାନ୍ତ କଲା ତାହା ନେଉ ଯେଉଁ ଆଶଙ୍କା ଉଠିଥିଲା ତାହା ଏବେ ପ୍ରଶମିତ ହୋଇଛି।

ସେହିପରି ଗତକାଲି ବମିଖାଲ୍‌ ଅଞ୍ଚଳରୁ ୩ ଭାଇଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏମାନଙ୍କ ବାପା ଭୋପାଳରେ ରହନ୍ତି। ଏବଂ ସେ ମଧ୍ୟ ନିକଟରେ ଆସିଥିଲେ। ଆଉ ଭୋପାଳରେ ଥିବା ତାଙ୍କ ବାପା ବି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଶ୍ରୀ ଚୌଧରୀ କହିଛନ୍ତି।

ଯଦିଓ ଏହି ଖବର ଆଶ୍ଵସ୍ତି ଦେିଛି କିନ୍ତୁ ଏ ଅଞ୍ଚଳରେ ଲାଗିଥିବା କଟକଣା ଏବେ ପ୍ରତ୍ୟାହାର କରାଯିବ ନାହିଁ। ଆବଶ୍ୟକ ସର୍ଭିଲାନ୍ସ ଜାରି ରହିବ ବୋଲି  ସେ ସୂଚନା ଦେଇଛନ୍ତି। ଏହି ଦୁଇ ଦୃଷ୍ଟାନ୍ତରେ ଭୁତାଣୁ ବାହାର ରାଜ୍ୟରୁ ଆସିଥିବା ଆଶଙ୍କା କରାଯାଉଥିବାରୁ ଭୁବନେଶ୍ଵରରେ ସ୍ଥାନୀୟ ସଂକ୍ରମଣ ହୋଇ ନଥାଇପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। 

ଭୁବନେଶ୍ଵର ମ୍ୟୁନିସିପାଲ୍‌ କମିଶନର ଏକ ଆଶ୍ଵସ୍ତିମୂଳକ ସୂଚନା ଉପସ୍ଥାପନ କରିଛନ୍ତି। ଏହା ହେଲା ଯେଉଁ ରୋଗୀମାନେ ଏଠାରୁୁ ଚିହ୍ନଟ ହୋଇଛନ୍ତି ତାହାଙ୍କ ଜଡ଼ ବାହାର ରାଜ୍ୟରୁ ଆସିଛି। ଅର୍ଥାତ୍‌ ସମ୍ପୃକ୍ତ ଲୋକମାନେ ବାହାର ରାଜ୍ୟରେ ଥିବା ତାଙ୍କ ନିକଟ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏଣୁ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅପେକ୍ଷାକୃତ ସହଜ ବୋଲି ଆଶା କରାଯାଇଛି।

Share

Leave a Reply

Your email address will not be published. Required fields are marked *

12 − 4 =