ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ

ନୂଆଦିଲ୍ଲୀ () ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ ।ଅଫର ଅନୁଯାୟୀ, ୧୩୧୨ ଟଙ୍କାରେ ମିଳୁଥିବା ଟ୍ୟାରିଫ ପ୍ଲାନ ୧୧୧୧ ଟଙ୍କାରେ ପାଇପାରିବେ ୟୁଜର୍ସ । ଯାହାର ଅବଧି ୩୬୫ ଦିନ ରହିବ । ଏହି ପ୍ଲାନରେ ଭଏସ କଲିଂ ସହ ଡାଟାର ମଧ୍ୟ ସୁବିଧା ପାଇପାରିବେ ୟୁଜର୍ସ । ବିଏସଏନଏଲର ଏହି ନୂଆ ପ୍ଲାନରେ ୧୨ ଜିବି ଡାଟା ପାଇପାରିବେ ଗ୍ରାହକ ।

ବିଏସଏନଏଲର ଏହି ଟ୍ୟାରିଫ୍ ପ୍ଲାନ ଖାସିକରି ଅଧିକା କଲ କରୁଥିବା ୟୁଜର୍ସଙ୍କୁ ବଡ ଫାଇଦା ଦେବ । କାରଣ ଏହି ପ୍ଲାନରେ ପ୍ରତିଦିନ ୨୫୦ ମିନିଟର କଲିଂ ସୁବିଧା ସହ ୧୦୦ ଏସଏମଏସ ମଧ୍ୟ ପାଇପାରିବେ ବ୍ୟବହାରକାରୀ । ତେବେ ବିଏସଏନଏଲର ଏହି ସୁବିଧା କେବଳ ତେଲେଙ୍ଗାନା ସର୍କଲ ପାଇଁ ଉପଲବ୍ଧ ଅଛି ।ଏହାଛଡା ବିଏସଏନଏଲର ୧୬୯୯ ଟଙ୍କିଆ ପ୍ଲାନ ମଧ୍ୟ ଉପଲବ୍ଧ ରହିଛି । ଯାହାର ବୈଧତା ୩୬୫ ଦିନ ଥିବା ବେଳେ ଏଥିରେ ପ୍ରତିଦିନ ୨ ଜିବି ଡାଟା ପାଇପାରିବେ ବ୍ୟବହାରକାରୀ ।

Share

Leave a Reply

Your email address will not be published. Required fields are marked *

3 × 1 =