ବିବାହ ବନ୍ଧନରେ ବାନ୍ଧି ହେବେ ସୁସ୍ମିତା

ମୁମ୍ବାଇ()  ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସୁସ୍ମିତା ସେନ । ସୁସ୍ମିତା ୧୯୯୪ ମସିହାରେ ମିସ୍ ୟୁନିଭର୍ସର କ୍ରାଉନ୍ ଜିତିଥିଲେ।ଏହା ପରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଅନେକ ଜଣଙ୍କୁ ଡେଟ୍ କରିବା ପରେ ଏବେ ସେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଭାଇ ରାଜୀବ ସେନଙ୍କ ବିବାହ ପରେ ସୁସ୍ମିତା ନିଜ ପ୍ରେମିକ ରୋହମାନ୍ ସଲ୍ଙ୍କୁ ବିବାହ କରିବେବୋଲି ଚର୍ଚ୍ଚା ହେଉଛି। ସୁସ୍ମିତାଙ୍କୁ ୪୨ ବର୍ଷ ହୋଇଥିବା ବେଳେ ରୋହମାନଙ୍କୁ ୨୭ ବର୍ଷ। ନିଜଠାରୁ ୧୫ ବର୍ଷ କମ ବୟସ୍କ ରୋହମାନ୍ଙ୍କୁ ବିବାହ କରିବେ ମିସ୍ ୟୁନିଭର୍ସ।

ରୋହମାନ ଓ ସୁସ୍ମିତାଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ରହେ। ଉଭୟଙ୍କ ଡେଟ୍ କରିବାଠୁ ନେଇ ବୁଲାବୁଲି ଯାଏଁ ସବୁ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ।

Share

Leave a Reply

Your email address will not be published. Required fields are marked *

ten + 8 =