ଆଜି ଶ୍ରୀଜୀଉଙ୍କ ହଳଦୀପାଣୀ ନୀତି

ପୁରୀ: ସରିଲା ମହାପ୍ରଭୁଙ୍କ ଜଳକ୍ରୀଡା ନୀତି। ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଚାଲିଥିଲା । ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି। ଆଜି ଶ୍ରୀଜିଉଙ୍କ ହଳଦୀପାଣି ନୀତି ଅନୁଷ୍ଠିତ ହେବ । ଆଜ୍ଞାମାଳ ପାଇବା ପରେ ବିମାନ ବିଜେ କରି ଠାକୁର ନରେନ୍ଦ୍ର ପୁଷ୍କରୀଣିରେ ପହଞ୍ଚିବା ପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେ କରି ହଳଦୀପାଣି ଖେଳିବେ । କୋଭିଡ କଟକଣାକୁ ମାନି ପରମ୍ପରା ଅନୁଯାୟୀ ପାଳନ କରାଯାଉଛି ଏହି ନୀତି ।

Share

Leave a Reply

Your email address will not be published. Required fields are marked *

five × four =