ରାଉରକେଲାରେ ଆରମ୍ଭ ହେଲା ହକି ଷ୍ଟାଡିୟମ କାମ

ରାଉରକେଲା: ବିଶ୍ୱ ସର୍ବବୃହତ ହକି ଷ୍ଟାଡିୟମ ରାଉରକେଲାରେ ଅନୁଷ୍ଠିତ ହେବ । ତେବେ ଆଜି ପୂଜାର୍ଚ୍ଚନା ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଉପସ୍ଥିତ ରହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ପ୍ରାୟ ୧୩୦ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମ ନିର୍ମାଣ ହେବ। ଆସନ୍ତା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ବର୍ଷକ ଭିତରେ ନିର୍ମାଣ କାର‌୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି। ଷ୍ଟାଡିୟମ ନିର୍ମାଣକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି। ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବାପରେ ଜିଲ୍ଲାର କ୍ରୀଡ଼ାମହଲରେ ଉତ୍ସାହ ଖେଳିଯାଇଛି।

Share

Leave a Reply

Your email address will not be published. Required fields are marked *

5 × 5 =