ନୀତି ବିଭ୍ରାଟ ନେଇ ୩ ସେବାୟତଙ୍କୁ ନୋଟିସ

ପୁରୀ() ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି ।ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସୁପି୍ରମକୋର୍ଟ ଦେଇଥିବା ନିଦେ୍ର୍ଧଶ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଛି । ତାସହ ନୀତି ବିଭ୍ରାଟ ଓ କାର୍ଯ୍ୟନୁÂାନ ନେଇ ମଧ୍ୟ ଆଲୋଚନା ହୋଇଛି । ନୀତି ବିଭ୍ରାଟ ନେଇ ୩ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ କରାଯାଇଛି । ସେବାୟତଙ୍କ ଉତ୍ତର ମିଳିବା ପରେ ୪ ତାରିଖରେ ମନ୍ଦିର ପ୍ରଶାସନରେ ଶୁଣାଣି ହେବ । ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରି ନୀତି ପରିଚାଳନା ନେଇ ଆଲୋଚନା ହେବ ।

ଅନ୍ୟପଟେ, ପୁରୀରେ ୬୦ ହଜାର ଲୋକଙ୍କ ରହଣି ପାଇଁ ସ୍ୱତନ୍ତ୍ର ପ୍ରୋଜେକ୍ଟ କରାଯିବ । ମାଟିତୋଟାରେ ଭକ୍ତନିବାସ,୬ଟି କୋଠା ହେବା ସହ ୧ ହଜାର କୋଠରୀ ରହିବ ବୋଲି ସୂଚନା ମିଳିଛି ।

ପୁରୀ ମହାପ୍ରସାଦ ମୁଲ୍ୟ ନିରୂପଣ କରାଯାଇ ଦର ତାଲିକା ଲଗାଯିବ । ନୀତି ସବକମିଟି ଓ ମନ୍ଦିର ପ୍ରଶାସନଙ୍କ ସହ ଆଲୋଚନା ପରେ ରେଟ ଚାର୍ଟ ଲାଗିବ ।
ସେପଟେ ଏମାସ ଶେଷ ସୁଦ୍ଧା ସିଂହଦ୍ୱାର ସମ୍ମୁଖ କାର୍ଯ୍ୟ ଶେଷ ହେବ ବୋଲି ଏହି ବୈଠକରେ ଆଲୋଚନା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × two =