ବିଜେଡି ପ୍ରାର୍ଥୀଙ୍କୁ ହତ୍ୟା ଧମକ

ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ ମେସେଜରେ ଅନୁଭବ ମହାନ୍ତି କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଘାଟ ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି ।

ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ୍ରେ ମେସେଜ୍ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି ଓ ଟଙ୍କା ନ ଦେଲେ ହତ୍ୟା କରିବ ବୋଲି କହିଛି।
ଗତକାଲି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ନିର୍ବାଚନର ଠିକ୍ ଗୋଟିଏ ଦିନ ପରେ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଏଭଳି ହତ୍ୟା ଧମକ ଏବେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । ତେବେ ଅନୁଭବଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

17 + 4 =