ଆଜି ହେବ ମୋଦି ଓ ରାହୁଲଙ୍କ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି

ଗତ ଅପ୍ରେଲ ୧ ତାରିଖରେ ୱାର୍ଧାରେ ମୋଦୀ ଦେଇଥିବା ଭାଷଣ ବିରୋଧରେ କଂଗ୍ରେସ କରିଥିଲା ଅଭିଯୋଗ । ଏହାର ଶୁଣାଣି କରିବେ ନିର୍ବାଚନ କମିଶନ । ସେହିପରି ଲାଟୁରରେ ପ୍ରଥମ ଭୋଟର ସେମାନଙ୍କ ଭୋଟ୍ ପୁଲୱାମା ସହିଦଙ୍କ ସମର୍ଥନରେ ଦେବାକୁ ମୋଦୀ କରିଥିବା ଅପିଲ୍ ନେଇ ମଧ୍ୟ ନିର୍ବଚନ କମିଶନ ଶୁଣାଣି କରିବା ନେଇ ସୂଚନା ଦେଇଛନ୍ତି । ଘଟଣା ଘଟିବାର ପ୍ରାୟ ୪ ସପ୍ତାହ ପରେ ନିର୍ବାଚନ କମିଶନ ଏହାର ବିଚାର କରୁଛନ୍ତି ।

ଅପ୍ରେଲ ୧ ତାରିଖରେ ୱାର୍ଧାରେ ଓ ଅପ୍ରେଲ ୯ ତାରିଖରେ ଲାଟୁରରେ ମୋଦୀ ନିଜ ଭାଷଣରେ ନିର୍ବାଚନ ଆଚରଣବିଧି ଉଲଂଘନ କରିଥିବା ଅଭିଯୋଗ ରହିଛି । ସେହିପରି ଗତ ୧୩ ଅପ୍ରେଲରେ ତାମିଲନାଡୁରେ ସାବରିମାଳା ବିବିାଦକୁ ନେଇ ମୋଦୀ , ବାମଦଳ, କଂଗ୍ରେସ ଓ ମୁସଲିମ୍ ଲିଗ ଉପରେ ଦେଇଥିବା ବୟାନକୁ ବିଚାର ପରିସରକୁ ଆଣିପାରନ୍ତି ନିର୍ବାଚନ କମିଶନ ।
ତେବେ ସୁପ୍ରିମକୋର୍ଟରେ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ଅଭିଯୋଗର ଶୁଣାଣି ଚାଲୁଥିବାରୁ ଏହାକୁ ବିଚାରକୁ ନେଇ ନପାରନ୍ତି ନିର୍ବାଚନ କମିଶନ ।

Share

Leave a Reply

Your email address will not be published. Required fields are marked *

seven − 2 =