Wednesday, August 19, 2026
Latestରାଜନୀତି

ପ୍ରାର୍ଥିପତ୍ର ଦାଖଲ କଲେ ବେଦ ପ୍ରକାଶଙ୍କ ପତ୍ନୀ

କେନ୍ଦ୍ରାପଡ଼ା()  ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବେଦ ପ୍ରକାଶଙ୍କ ପରଲୋକ ପରେ ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପାଟକୁରା ଆସନ ପାଇ ତାଙ୍କ ନାଁ ଘୋଷଣା କରିଥିଲେ। ଏହି ଆସନ ପାଇଁ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

ନିର୍ବାଚନ ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ବେଦ ପ୍ରକାଶ ପରଲୋକ ହୋଇଥିଲା। ଫଳରେ ନିର୍ବାଚନ କମିଶନ ପାଟକୁରା ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ।

ସୂଚନାଯୋଗ୍ୟ, ବେଦପ୍ରକାଶ ଅଗ୍ରୱାଲ୍ ବିଜେଡି ଟିକେଟ୍ରେ ପାଟକୁରାରୁ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

17 − 6 =