ବାତ୍ୟା ଫନି ପାଇଁ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିବେ ନବୀନ

ନୂଆଦିଲ୍ଲୀ () ବାତ୍ୟା ଫନି ପାଇଁ ପାଟକୁରା ନିର୍ବାଚନକୁ ଘୁଞ୍ଚାଇବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ଫନି ଆସନ୍ତା 1ରୁ 4 ତାରିଖ ମଧ୍ୟରେ ଓଡିଶା ଉପକୂଳ ଅତିକ୍ରମ କରିବ ।

ଫନି ଉପକୂଳ ଅତିକ୍ରମ କରିବା ସମୟରେ 180ରୁ 200 କିଲୋମିଟର ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସମୟରେ ନିର୍ବାଚନ ପ୍ରକ୍ରିୟାର ସାମିଲ ହୋଇପାରିବେନି ରାଜନୈତିକ ଦଳ ଓ ଭୋଟର । ରାଜ୍ୟ ସରକାର ମଧ୍ୟ ଏହିସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ରହିବେ । ସରକାରୀ ଦଳ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ମଧ୍ୟ ନିଜ ନିଜ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବେ ।

ଏମିତି ସବୁ ଘଟଣାକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନ ଆଉ କିଛି ଦିନ ଘୁଞ୍ଚାଇ ଦେବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ଆସନ୍ତା 19 ତାରିଖରେ ପାଟକୁରା ପାଇଁ ମତଦାନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ । ଏଥିପାଇଁ ଗତକାଲି ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । 19 ତାରିଖ ଭୋଟ ଗ୍ରହଣ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ଦିନ ହେଉଛି ମେ 1ତାରିଖ ।

Share

Leave a Reply

Your email address will not be published. Required fields are marked *

fourteen − 11 =