ପୁରୀ କୋଣାର୍କ ବେଳାମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା। କାର, ବାଇକ ଏବଂ ଅଟୋ ଆଗ ପଛ ହୋଇ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ରବିବାର ପୂର୍ବାହ୍ନରେ ଏକ କାର ଓ ବାଇକ ପୁରୀରୁ କୋଣାର୍କ ଆଡକୁ ଯାଉଥିଲା। କୋଣାର୍କରୁ ଏକ ଅଟୋ ପୁରୀ ଆସୁଥିଲା। ଘନଶ୍ୟାମ ହେମଲତା କଲେଜ ନିକଟରେ ବାଇକ୍ ଚକ ଫାଟିଯାଇଥିଲା। ଫଳରେ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share

Leave a Reply

Your email address will not be published. Required fields are marked *

six − 1 =