ଓଏଚଆରସି ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ

ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ଇସ୍ତଫା ସମ୍ପର୍କରେ ରଘୁବୀର ଦାସ କହିଛନ୍ତି, ଓଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ଯାହାଙ୍କୁ ନିଯୁକ୍ତି ଦିଆଯାଇଛି, ସେ ଓଡିଶା ହାଇକୋର୍ଟରେ ତାଙ୍କର ଜୁନିଅର ଥିଲେ । ତେଣୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କ ଅଧିନରେ କାର୍ୟ୍ୟ କରିବା ପାଇଁ, ତାଙ୍କୁ ତାଙ୍କ ବିବେକ ବାଧା ଦେଉଛି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚଆରସିର ସଦସ୍ୟ ଭାବେ କାର୍ୟ୍ୟ କରିପାରିବେ ନାହିଁ । ନିକଟରେ ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 6 =