ଆଜି ଆଉ ୪୨୦୮ ପଜିଟିଭ,୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର()  ରାଜ୍ୟରେ ଆଜି ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୨୪୬୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୭୪୬ ଟି ଲୋକାଲ କେସ ରହିଛି  । ଏହି ୪୨୦୮ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬ ରେ ପହଞ୍ଚô ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୧୦୪୪ ଜଣ ସୁସ୍ଥ ହୋଇ ସାରିଲେଣି  । ବର୍ତ୍ତମାନ ସୁଦ୍ଧ ୩୯୨୩୨ ଜଣ ଚିକିତ୍ସାଧୀନ ରହିଛନ୍ତି  । ତେବେ ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୫ ଜଣ ଚିହ୍ନଟ ହୋଇଛନ୍ତି  ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୧୯୪, ବାଲେଶ୍ୱର ୧୧୮, ବରଗଡ଼ ୧୧୪, ଭଦ୍ରକ ୪୮, ବଲାଙ୍ଗୀର ୭୬, ବୌଦ୍ଧ ୨୯, କଟକ ୪୬୫, ଦେବଗଡ଼ ୨୦, ଢେ଼ଙ୍କାନାଳ ୬୮, ଗଜପତି ୧୩, ଗଞ୍ଜାମ ୬୩, ଜଗତସିଂହପୁର ୧୮୧, ଯାଜପୁର ୨୩୭, ଝାରସୁଗୁଡ଼ା ୮୧, କଳାହାଣ୍ଡି ୧୧୬, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୮୨, ଖୋର୍ଦ୍ଧା ୭୨୫, କୋରାପୁଟ ୭୨, ମାଲକାନଗିରି ୬୧, ମୟୂରଭଞ୍ଜ ୧୫୪, ନବରଙ୍ଗପୁର ୧୩୧, ନୟାଗଡ଼ ୫୨, ନୂଆପଡ଼ା ୧୭୫, ପୁରୀ ୧୯୯, ରାୟଗଡ଼ା ୬୧, ସମ୍ବଲପୁର ୧୩୧, ସୁବର୍ଣ୍ଣପୁର ୨୬, ସୁନ୍ଦରଗଡ଼ ୮୦ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୨୪ ଜଣ ଚିହ୍ନଟ ହୋଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

2 × 1 =