ଧୋତି ପିନ୍ଧା ନେତାଙ୍କୁ ଭୁଲିଗଲେଣି ସରକାର

ଭୁବନେଶ୍ବର () ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନେଇ ବିଧାନସଭାରେ ବାରମ୍ବାର ଆଲୋଚନା ହେଉଥିବା ବେଳେ ଏଜାତିର ଗର୍ବ ଓ ଗୌରବଙ୍କୁ ଭୁଲିଗଲୁଣି । ଆଜି ଶୂନ୍ୟକାଳରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଏନେଇ ଉଦବେଗ ପ୍ରକାଶ କରିଛନ୍ତି ।

ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ଓ ବିଜୁବାବୁଙ୍କ ଭଳି ନେତାମାନେ ଧୋତି ପିନ୍ଧୁଥିଲେ । କିନ୍ତୁ ଏଜାତି ଯେଉଁମାନଙ୍କ ବଳିଦାନକୁ ନେଇ ଗର୍ବିତ ସେଇ ଧୋତି ପିନ୍ଧା ନେତାଙ୍କୁ ଆଜିର ନେତାମାନେ ଭୁଲିଗଲେଣି । ବିଧାନସଭାର ୪ ଜଣରୁ ଅଧିକ ବିଧାୟକ ଧୋତି ପିନ୍ଧନ୍ତି ନାହିଁ । ଅନ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଧୋତି ପିନ୍ଧା ଜାଣିନଥିବେ ।

ସେଥିପାଇଁ ଗୋପବନ୍ଧୁ ଓ ପଞ୍ଚସଖାଙ୍କ ପୀଠ ବକୁଳ ବନରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୁଭ ଦେବାର ୯ ମାସ ପରେ ବି କାମ ଆରମ୍ଭ ହୋଇନି । ଫନିରେ ବାକୁଳବନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ବି ଆଜି ଯାଏଁ କେହି ଦେଖିବାକୁ ଯାଇନାହାନ୍ତି । ଧୋତି ପିନ୍ଧା ନେତାଙ୍କୁ ସରକାର ଭୁଲିଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶୁଭ ଦେଉଥିବା ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହେଉନି ବୋଲି ସେ କଟାକ୍ଷ କରିଥିଲେ । ଏଥିସହ ସେ ପୁଣିଥରେ ମଧୁବାବୁଙ୍କ ମରୋଣତ୍ତର ଭାରତ ରତ୍ନ ପ୍ରଦାନ ଦାବି ଉଠାଇଥିଲେ ।

Share

Leave a Reply

Your email address will not be published. Required fields are marked *

19 − seventeen =