ବିଜେପି ନେତାଙ୍କ ଦାଦାଗିରି

ଗତକାଲି ଉତ୍ତର ପ୍ରଦେଶର କାନପୁର ଠାରେ ଭୋଟ ହେଉଥିଲା। ଏହି ସମୟରେ ବିଜେପି ନେତା ଜଣଙ୍କ ପୁଲିସ୍ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଉକ୍ତ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ବିଜେପି ନେତାଙ୍କ ନାଁ ସୁରେଶ ଅବସ୍ତୀ। ସେ ପୁଲିସ୍ ଅଧିକାରୀଙ୍କୁ କହିଥିଲେ ଯେ “ମୁଁ ତୁମକୁ ଆସନ୍ତାକାଲି ଦେଖିନେବି। ତୁମେ ମୋ ହିଟ୍ଲିଷ୍ଟର ଅଛ।” କାନପୁରର ଏକ ବୁଥ୍ରେ ବିଜେପିର ଜଣେ ଏଜେଣ୍ଟ ଭୁଲ ସ୍ଥାନରେ ବସିଥିବାରୁ ପୁଲିସ୍ ଅଧିକାରୀ ଜଣଙ୍କ ତାଙ୍କୁ ଅନ୍ୟତ୍ର ବସିବାକୁ କହିଥିଲେ। ବାସ୍ ଏତିକି କଥାରେ ସୁରେଶ ନିଜର ଦବଙ୍ଗଗିରି ଦେଖାଇଥିଲେ।

ଭାଇରାଲ୍ ହୋଇଥିବା ଭିଡିଓରେ ସୁରେଶ ପୁଲିସ୍ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଧମକ ଦେଉଛନ୍ତି। ପୁଲିସ୍ ଅଧିକାରୀ ଜଣଙ୍କ ଏଥିରେ ନ ଡରି “ଆପଣଙ୍କ ଯାହା କରିବାର ଅଛି କରନ୍ତୁ’ ବୋଲି କହୁଥିବା ଶୁଣିବାକୁ ମିଳୁଛି।

Share

Leave a Reply

Your email address will not be published. Required fields are marked *

ten + 11 =