କଇଁଛ ଚୋରା ଚାଲାଣବେଳେ ଧରାପଡ଼ିଲେ

ମାଲକାନଗିରି: କଇଁଛ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ । ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ ଏହି ୧୫୦ କଇଁଛଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ୨ଟି ବାଇକ୍ ମଧ୍ୟ ଜବତ କରିଛି ବନ ବିଭାଗ। ଏମପିଭି-୬୫ ଜଙ୍ଗଲରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ବେଳେ ଚୋରା ଚାଲଣ ହେଉଥିବା କଇଁଛର ସନ୍ଧାନ ମିଳିଥିଲା । କଇଁଛଗୁଡିକୁ ଜବତ କରାଯାଇଥିଲା । ଆନ୍ଧ୍ରରୁ ଏହି କଇଁଛ ଚୋରାରେ ବିକ୍ରି କରିବା ପାଇଁ କାଳିମେଳା ଅଣା ଯାଇଥିବା ସୂଚନା ମିଳିଛି । ତେବେ ଯେଉଁମାନେ ଏହି ବେଆଇନ କାରବାରରେ ସଂପୃକ୍ତ ଥିଲେ, ସେମାନଙ୍କୁ ଧରି ପାରିନାହିଁ ବନ ବିଭାଗ ।

Share

Leave a Reply

Your email address will not be published. Required fields are marked *

20 + five =