ଆଉ ୧୩୮୪ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୩୬ହଜାର ୨୯୭କୁ ବୃଦ୍ଧି

ଭୁବନେଶ୍ୱର()ଆଜି ରାଜ୍ୟରେ ୨୬ ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୧୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ହଜାର ୨୯୭ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଓଡିଶାର ୨୬ଟି ଜିଲ୍ଲାରୁ ୧୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩୩୧ ଜଣ, ଖୋର୍ଦ୍ଧା ୨୧୧ ଜଣ, କୋରାପୁଟରୁ ୯୭ ଜଣ, ସମ୍ବଲପରୁର ୯୩ ଜଣ, କଟକରୁ ୮୯ ଜଣ, ବାଲେଶ୍ବରରୁ ୭୯ ଜଣ, ଗଜପତିରୁ ୬୧ ଜଣ, ବଲାଙ୍ଗୀରରୁ ୫୧ ଜଣ, ସୁନ୍ଦରଗଡ଼ରୁ ୪୬ ଜଣ, ମାଲକାନଗିରିରୁ ୩୯ ଜଣ, ରାୟଗଡ଼ାରୁ ୩୮ ଜଣ, ବରଗଡ଼ରୁ ୩୩ ଜଣ, ମୟୂଭଞ୍ଜରରୁ ୨୯ ଜଣ, ନବରଙ୍ଗପୁରରୁ ୨୬ ଜଣ, ଭଦ୍ରକରୁ ୨୫ ଜଣ, ଜଗତସିଂହପୁରରୁ ୨୨ଜଣ, ନୟାଗଡ଼ରୁ ୨୨ ଜଣ, ଯାଜପୁରରୁ ୧୮ ଜଣ, ପୁରୀରୁ ୧୭ ଜଣ, ଅନୁଗୁଳରୁ ୧୩ ଜଣ, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ାର ୧୧ ଜଣ ଲେଖାଏଁ, ସୋନପୁରରୁ ୬ ଜଣ, ନୂଆପଡ଼ାରୁ ୫ ଜଣ, କଳାହାଣ୍ଡିରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

seven + four =