କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ, ୨୦୦ ଟପିଲା ମୃତ୍ୟୁ ସଂଖ୍ୟା

 ଭୁବନେଶ୍ୱର() ଆଜି ରାଜ୍ୟରେ ୧୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମ ଓ ରାୟଗଡାରୁ ୩ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଗଜପତିରେ ୨, ଖୋର୍ଦ୍ଧା ଓ କଳାହାଣ୍ଡିରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

four × 5 =