ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର() ପୁଣି ଖୁସିଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ ୧୫୩ ଜଣ ସୁସ୍ଥ ହୋଇଥିବାର ଟ୍ବିଟ ମାଧ୍ୟମରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି କଟକର ୪୩, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାର ୧୨ ଜଣ,ଭଦ୍ରକର ୧୧ ଜଣ, ଗଜପତିର ୯ ଜଣ, କଳାହାଣ୍ଡିରୁ ୭ ଜଣ ଓ ବାଲେଶ୍ବର ଦେବଗଡ, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୫ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବଲାଙ୍ଗିରି,ଝାରସୁଗୁଡା ଓ ନୟାଗଡରୁ ଦୁଇଜଣ ଲଖାଏଁ ଓ କୋରାପୁଟରୁ ଜଣେ କରୋନାରୁ ଆରେଗ୍ୟ ଲାଭ କରିଥିବାର ସ୍ବାସ୍ଥ୍ୟ ବିଭାଗ କହିଛି। ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୨୦୦ରେ ପହଞ୍ଚିଛି।

ସେହିଭଳି ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୧୬୫ ଜଣ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ କୁ ବୃଦ୍ଧି ହୋଇଛି ।

Share

Leave a Reply

Your email address will not be published. Required fields are marked *

8 − seven =