ରଥଯାତ୍ରା ନେଇ ପୁନଃବିଚାର ପାଇଁ ଆବେଦନ

ପୁରୀ() ରଥଯାତ୍ରା ନେଇ ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ପୁନଃବିଚାର ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । କେବଳ ପୁରୀରେ ରଥଯାତ୍ରା କରିବାକୁ ସେ ନିବେଦନ କରିଛନ୍ତି । ସାମାଜିକ ଦୂରତା ମାନି ସେବାୟତଙ୍କ ଦ୍ୱାରା ରଥଯାତ୍ରା କରାଯାଉ ବୋଲି ସେ କହିଛନ୍ତି । ପୁରୀରେ ବର୍ତ୍ତମାନ ୧୧୭୨ଜଣ ସେବାୟତ ଅଛନ୍ତି ଓ ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ମଧ୍ୟ ଅଛି । ପୁରୀକୁ ସଟଡାଉନ ଘୋଷଣା କରାଯାଇ କେବଳ ସେବାୟତଙ୍କୁ ନେଇ ରଥଯାତ୍ରା କରାଯାଉ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ ।

Share

Leave a Reply

Your email address will not be published. Required fields are marked *

nineteen + fifteen =