ଜାତୀୟ ସ୍ତରରେ ଓଡିଶାର ସଂକ୍ରମଣ ହାର ସବୁଠୁ କମ

ଭୁୁୁବନେଶ୍ବର()  କରୋନା ପାଦ ଥାପି ଥାପି ସନ୍ତର୍ପଣରେ ଆସୁଛି । ହଠାତ ବିସେ୍ଫାରକ ରୂପ ନେବ । ତେଣୁ ଶତ୍ରୁକୁ ଅଣଦେଖା ନକରି ଆଗୁଆ ସତର୍କତାମୂଳକ ପଦକେ୍ଷପ ନେଉଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହାଦ୍ୱାରା ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସଂକ୍ରମଣ ହାର ଯଥେଷ୍ଟ କମ । ସାରା ଦେଶରେ ସଂକ୍ରମଣର ହାର ୫ ପ୍ରତିଶତ ଥିବା ବେଳେ ଦିଲ୍ଲୀରେ ୧୧, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ପ୍ରତିଶତ । ହେଲେ ଓଡିଶାରେ ସଂକ୍ରମଣର ହାର ମାତ୍ର ୧.୦୮ ପ୍ରତିଶତ । ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ । କାରଣ ରାଜ୍ୟବାସୀ ଲକଡାଉନର ଅନୁଶାସନ ଓ ନିୟମକୁ ପାଳନ କରିଛନ୍ତି । ତେଣୁ ରାଜ୍ୟ ସରକାର ବିସେ୍ଫାରଣକୁ ଦୃଷ୍ଟିରେ ରଖି ଆଗୁଆ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି ।

ଏଥିସହିତ ବ୍ୟାପକ ଭାବେ ଲୋକଙ୍କ ସାମ୍ପୁଲ ଟେଷ୍ଟ କରାଯାଉଛି । ପ୍ରଥମ ଦଫାରେ ଲକ୍ଷଣ ଥିବା ଏବଂ ବିଦେଶ କି ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ଟେଷ୍ଟିଂ କରାଯାଇଛି । ଏବେ ଲକ୍ଷଣ ନଥିବା ଲୋକଙ୍କର ମଧ୍ୟ ନମୂନା ପରୀକ୍ଷଣ କରାଯାଉଛି । ବତ୍ର୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୬୦ ଜଣ ସଂକ୍ରମିତ ହୋଇଛନ୍ତି । ସେମଧ୍ୟରୁ ଏବେ ସୁଦ୍ଧା ୪୧ଜଣ ଚିକିତ୍ସାଧିନ । ସେ ମଧ୍ୟରୁ ପୁଣି କେବଳ ଦୁଇ ଜଣଙ୍କୁ ଡାକ୍ତରଖାନା ଚିକିତ୍ସା ଦରକାର ପଡୁଛି । କାରଣ ସେମାନଙ୍କ ଠାରେ ଅନ୍ୟାନ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି । ସେଥିରୁ ଜଣଙ୍କର କରୋନା ନେଗେଟିଭ ଆସିଛି, ହେଲେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଏବେ ବି ଡାକ୍ତରୀ ତତ୍ୱାବଧାନାରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 13 =