ଓଡ଼ିଶାକୁ ମାଲେସିଆ ଆଡ଼ୁ କରୋନା ବିପଦ

ଭୁବନେଶ୍ୱର() ଓଡ଼ିଶାକୁ ମାଲେସିଆ ଆଡ଼ୁ କରୋନା ବିପଦ ରହିଛି । ମାଲେସିଆରେ ୩ ଜଣ ‘କରୋନା ଭାଇରସ’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲେସିଆରୁ ସିଧାସଳଖ ଭୁବନେଶ୍ୱର ବିମାନ ଚଳାଚଳ କରୁଥିବାରୁ ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହୁଛି । ତେଣୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କି୍ରଂନି ଆରମ୍ଭ ହୋଇଛି । ତେବେ ଏଥିପାଇଁ ଭୟଭୀତ ନ ହୋଇ ସଚେତନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଚ ବିହାରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଥଣ୍ଡା, ଜ୍ୱର ଯୋଗୁ ଅସୁସ୍ଥ ଅନୁଭବ କରୁଥିବେ, ତେବେ ବାହାରେ ନ ବୁଲି ଘରେ ରୁହନ୍ତୁ । ଯେଉଁମାନଙ୍କ ଠାରେ ରୋଗର ଲକ୍ଷଣ ଦେଖାଦେବ, ସେମାନଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯିବ । ହସ୍ପିଟାଲରେ ଆଇସୋଲେସନ ୱାର୍ଡ ସହ ଆଇସିୟୁ ବ୍ୟବସ୍ଥା ହୋଇଛି ।

Share

Leave a Reply

Your email address will not be published. Required fields are marked *

19 + 10 =