ରାଜନୀତିକୁ ଆସିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ: ମନୋଜ ନାୟକ

ଭୁବନେଶ୍ୱର() ଆଗାମୀ ରାଜ୍ୟସଭା ନିର୍ବାଚନରେ ୪ଟି ଆସନ ପାଇଁ ଗଣମାଧ୍ୟମରେ ପ୍ରାର୍ଥୀତ୍ବକୁ ନେଇ ଅଙ୍କକଷା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସୋଆ ଚେୟାରମ୍ୟାନ ମନୋଜ ନାୟକ । ତାଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ବକୁ ନେଇ ବାରମ୍ବାର ଚର୍ଚ୍ଚା ହେବା ପରେ ଶେଷରେ ସେ ମୁହଁ ଖୋଲିବା ସହ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ତାଙ୍କର ରାଜନୀତି ରେ କୌଣସି ଆଗ୍ରହ ପୂର୍ବରୁ ନଥିଲା କିମ୍ବା ପରେ ମଧ୍ୟ ନାହିଁ ବୋଲି ସେ କହିଛନ୍ତି । ଏପରି ଉଦ୍ଦେଶ୍ୟ ଥିଲେ ସେ ବହୁ ପୂର୍ବରୁ ପାୱାର କରିଡରରେ ପାଦ ରଖିପାରିଥାନ୍ତେ । ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ଗଢିବା ଏବଂ ସମ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ।

ସୂଚନାଯୋଗ୍ୟ ଗତ ୨୯ ତାରିଖରେ ସମ ଅଲଟିମେଟ ପରି ଏକ ବିଶ୍ୱସ୍ତରୀୟ ହସ୍ପିଟାଲର ଉଦଘାଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଦୁଇ ହେଭିୱେଟଙ୍କ ସହ ହସ୍ପିଟାଲ ମୁଖ୍ୟ ମନୋଜ ନାୟକଙ୍କୁ ଦେଖିବାକୁ ମିଳିଥିଲା । ମିଡ଼ିଆ ଠାରୁ ସଦାସର୍ବଦା ନିଜକୁ ଦୂରେଇ ରଖୁଥିବା ମନୋଜ ଅତିଥିଙ୍କ ସହ ଷ୍ଟେଜ ସେୟାର କରିଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା ଯେ ଦୁଇ ଦଳ ବିଜେଡି ଓ ବିଜେପି ସହଯୋଗରେ ମନୋଜ ନାୟକ ରାଜ୍ୟସଭା ଯିବେ । କିନ୍ତୁ ଆଜି ସେ ଏହାକୁ ଖଣ୍ଡନ କରିବା ସହ ଏହାକୁ ଏକ ଗୁଜବ ର ଆଖ୍ୟା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + 5 =