ଓଡିଶାର ଏହି ଜିଲ୍ଲାରେ ଜାରି ହେଲା ୧୪୪ ଧାରା

ଯାଜପୁର() କରୋନା ପାଇଁ ଯାଜପୁର ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା । ଏକାଠି ହୋଇପାରିବେ ନାହିଁ ୫ରୁ ଅଧିକ ଲୋକ । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଜିଲ୍ଲା ଭିତରକୁ ବାହାର ପର୍ୟ୍ୟଟକଙ୍କ ଗାଡି ପ୍ରବେଶ ନକରାଇବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି ।

ସେପଟେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖ୍ୟପାତ୍ର ସୁବ୍ରତ ବାଗ୍ଚୀ ସ୍ପଷ୍ଟ କରିଛନ୍ତି। ୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଯୁବକ ଇଟାଲିରେ ଗବେଷଣା କରୁଥିଲେ। ୬ ତାରିଖରେ ଦିଲ୍ଲୀ ଫେରି ଥିଲେ ଓ ୧୨ରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ। ଆଉ ୧୪ରେ ଆଡମିଟ୍ ହୋଇଥିଲେ। ୧୫ରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁମାନଙ୍କ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଖୋଜା ହେଉଛି।”

Share

Leave a Reply

Your email address will not be published. Required fields are marked *

1 × two =