ସତର୍କତା ସହ ଖବର ସଂଗ୍ରହ କରିବାକୁ ପରାମର୍ଶ

ଭୁବନେଶ୍ୱର()  ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କରିଛନ୍ତି । ଏହାସହ ସେ କହିଛନ୍ତି ମିଡ଼ିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ । ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ ନକରିବାକୁ ପରାମର୍ଶ ଦେଇଛନ୍ତି । ସତର୍କତା ସହ ଖବର ସଂଗ୍ରହ କରିବାକୁ ପରାମର୍ଶ ଦେଇଛନ୍ତି ।

 

ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ରେକିଂ ନିଉଜର ବେଳ ନୁହେଁ । ବ୍ରେକିଂ ନିଉଜ୍ ପଛରେ ନଗୋଡ଼ାଇ ସଚେତନ ହେବାର ବେଳ ଆସିଛି । ବର୍ତ୍ତମାନ ସମୟରେ ସଜାଗ ସଚେତନ ରହିବା ସହ ସହଯୋଗର ବି ବିଶେଷ ଆବଶ୍ୟକତା ରହିଛି । ଚିକିତ୍ସା ବେଳେ ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥା ଅଚଳ କରିବା ଠିକ୍ ନୁହେଁ । ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥାଙ୍କୁ ମାନଙ୍କୁ ଅସ୍ତବ୍ୟସ୍ତ କରିବା ଠିକ୍ ନୁହେଁ । ତାଙ୍କୁ ଭିଡ଼ିଓ କିମ୍ବା ବାଇଟ୍ ମାଗିଳେ ଚିକିତ୍ସିତ ହେଉଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେବେ ।

କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ଏବେ ହସ୍ପିଟାଲ କର୍ମଚାରୀ ମାନେ ମନପ୍ରାଣ ଦେଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ କାମରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ଦେଖିବାକୁ ମିଳୁଛି ଗଣାମଧ୍ୟମର ପ୍ରତିନିଧିମାନେ ବାଇଟ୍ ନେବା ପାଇଁ ଆକ୍ରାନ୍ତଙ୍କ ପରିବାର ପାଖରେ ପହଞ୍ଚି ଯାଉଛନ୍ତି । କରୋନା ଭାଇରସ୍ ଗଣାମଧ୍ୟମର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର କୋଟା ପ୍ରଦାନ କରୁନି । ଏପରି କିରବା ଦ୍ୱାରା ନିଜେ ବିପଦ ଆଡ଼କୁ ଟାଣି ହୋଇଯିବା ସହ ନିଜ ପରିବାର ଲୋକଙ୍କୁ ବିପଦକୁ ଆସୁଛନ୍ତି । ନିଜ କଥା ଭବନ୍ତୁ । ପରିବାର କଥା ଚିନ୍ତା କରନ୍ତୁ ।

Share

Leave a Reply

Your email address will not be published. Required fields are marked *

12 − one =