ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨କୁ ବୃଦ୍ଧି ପାଇଛି। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୪୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୯,୪୭୦ରେ ପହଞ୍ଚିଛି।

ସେହିପରି ୨୪ ଘଣ୍ଟାରେ ଆଉ ୩୮,୭୪୦ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୪,୬୮,୦୭୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୭.୩୬% । ମୃତ୍ୟୁ ହାର ୧.୩୪%। ୪,୦୫,୫୧୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୩୦%। ଦିନକରେ ୫୪,୭୬,୪୨୩ ଟିକା ନେଇଥିôବା ବେଳେ ଏଯାଏଁ ୪୨,୩୪,୧୭,୦୩୦ ଟିକା ନେଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ୧୬,୬୮,୫୬୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୫,୨୯,୩୯,୫୪୫ ନମୁନା ପରୀକ୍ଷା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

7 + 19 =