ଦାଦନ ସମସ୍ୟା ରୋକିବାକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ କରିବେ ବଡ ଘୋଷଣା

ଭୁବନେଶ୍ୱର () ୫ଟିରେ ଅଧିନରେ ଆସିବ ଶ୍ରମ ବିଭାଗ । ଚଞ୍ଚକତା କରୁଥିବା ଅଧିକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ୟ୍ୟାନୁଷ୍ଠାନ । ଦାଦନ ଚାଲାଣ ରୋକିବା ଦିଗରେ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ଏନେଇ ସୂଚନା ଦେଇଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ନିଜ ପେଟପାଟଣା ପାଇଁ ବିଦେଶ ଯାଉଥିବା ଶ୍ରମିକଙ୍କ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ଡେସ୍କ ଖୋଲାଯିବ । ଦିଲ୍ଲୀରେ ଡେସ୍କ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ଦାଦନ ସମସ୍ୟା ରୋକିବାକୁ ଖୁବଶୀଘ୍ର ଘୋଷଣା କରିବେ ।

ଯେଉଁ ସରକାରୀ ଅଧିକାରୀ ଚଂଚକତା କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ବି ଚାହୁନୁ ସରକାରୀ ଅଧିକାରୀ ଦଣ୍ଡିତ ହୁଅନ୍ତୁ। ସେଥିପାଇଁ ସେମାନଙ୍କୁ ଭଲ କାମ କରିବାକୁ ପଡ଼ିବ। ଦଲାଲଙ୍କ ହାବୁଡ଼ରେ ଯେମିତି ଶ୍ରମିକ ନ ପଡ଼ନ୍ତୁ, ସେ ନେଇ ବିଭାଗ ସଚେତନ ଅଛି। ଦଲାଲଙ୍କ ଖବର ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି। 5 ରାଜ୍ୟରେ ଓଡ଼ିଶା ଶ୍ରମିକଙ୍କ ପାଇଁ ହେଲ୍ପଡେସ୍କ ଖୋଲାଯାଇଛି।

ଏହି 5 ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ। ରାଜ୍ୟର ୧୧ ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ଦଲାଲଙ୍କ ଉପରେ ନଜର ରଖାଯାଇଛି ଓ କାର୍ୟ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ୱତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ। ଦାଦନ ରୋକିବାକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ। ହେଲେ ଦାଦନ ସମସ୍ୟା ଦଶନ୍ଧିରୁ ଚାଲିଛି କାରଣ ସଚେତନତାର ଅଭାବ ରହିଛି। ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen + thirteen =