କଟକରେ ୪୬.୩୯% ଆଣ୍ଟିବଡି

କଟକ() କଟକରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆସି ସାରିଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ କହିଛନ୍ତି ଯେ, ‘କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ୨ରୁ ୫ ନଭେମ୍ବର ଯାଏଁ କଟକରେ ସିରୋ ସର୍ଭେ ହୋଇଥିଲା । ସର୍ଭେ ପାଇଁ ୨,୨୭୪ ନମୁନା ନିଆଯାଇଥିଲା । ୨୫ଟି ୱାର୍ଡରୁ ୧୬୩୪ ଓ ୬୪୦ ନମୁନା ହାଇରିସ୍କ ଗ୍ରୁପରୁ ନିଆଯାଇଥିଲା । ଆରଏମଆରସିର ୫ଟି ଟିମ୍ ଆସି ସିରୋ ସର୍ଭେ କରିଥିଲେ ।’

ଅନ୍ୟପଟେ ସିଏମସିକୁ ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ, ‘ସିରୋ ସର୍ଭେ ୨ ପ୍ରକାର କରାଯାଇଥିଲା । କମ୍ୟୁନିଟି ସିରୋ ସର୍ଭେ ଓ ହାଇରିସ୍କ ଗ୍ରୁପର ସର୍ଭେ କରାଯାଇଥିଲା । କମ୍ୟୁୁନିଟି ସିରୋ ସର୍ଭେ ପାଇଁ ୨୫ଟି ୱାର୍ଡରୁ ନମୁନା ନିଆଯାଇଥିଲା । କମ୍ୟୁନିଟି -୪୧.୮% ଓ ହାଇରିସ୍କ ଗ୍ରୁପରେ ୫୬.୬% ଆଣ୍ଟିବଡି ସୃଷ୍ଟି ହୋଇଛି । ୱାର୍ଡରୁ ୱାର୍ଡ ଆଣ୍ଟିବଡି ସୃଷ୍ଟିରେ ତାରତମ୍ୟ ଦେଖାଯାଇଥିଲା ।’

Share

Leave a Reply

Your email address will not be published. Required fields are marked *

thirteen − ten =