ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର ()ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ତାଙ୍କ ବୟସ ୩୮ ହୋଇଥିବା ବେଳେ ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାଜପୁରରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ୮ଜଣ କରୋନା ରୋଗୀ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏବେ ମଧ୍ୟ ଯାଜପୁରର ୭ଜଣ କରେନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କରୋନାରେ ଆକ୍ରାନ୍ତ ଥିବା ୮୩ଜଣଙ୍କ ମଧ୍ୟରୁ ୩୨ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ୫୦ଜଣ ରାଜ୍ୟରେ କରୋନାରେ ସକ୍ରିୟ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

five − one =