ମେକ-ଇନ-ଓଡିଶାକୁ ଆଉ ଏକ ସଫଳତା : 22ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଭୁବନେଶ୍ବର () ମେକ ଇନ ଓଡିଶାରେ ରାଜ୍ୟରେ ପୁଂଜିନିବେଶ ପ୍ରକ୍ରିୟାକୁ ମିଳିଛି ଆଉ ଏକ ସଫଳତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 10 ପ୍ରକଳ୍ପର ଉଦଘାଟନ କରିବା ସହ 12ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଏହି 22ଟି ପ୍ରକଳ୍ପ ପାଇଁ 4461 କୋଟି 42 ଲକ୍ଷ ଟଙ୍କାର ପୁଂଜିନବେଶ ହେବାକୁ ଥିବା ବେଳେ 9451ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ଶିଳ୍ପଦ୍ୟୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏହାଦ୍ବାରା ଏକ ଶିଳ୍ପ ସମ୍ବୃଦ୍ଧ ଓଡିଶା ଗଠନ ହୋଇପାରିବ ବୋଲି କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଂଜିନିବେଶ ପାଇଁ ଆଗ୍ରହୀ ସବୁ ଶିଳ୍ପଦ୍ୟୋଗୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗର ପ୍ରତିଶୃତି ଦେଇଛନ୍ତି ।

ଦେଶର ତିନୋଟି ଶ୍ରେଷ୍ଠ ପୁଂଜିନିବେଶ ଲକ୍ଷ୍ୟସ୍ଥଳ ରାଜ୍ୟ ମଧ୍ୟରୁ ଓଡିଶା ଅନ୍ୟତମ ହେବାକୁ ଟାର୍ଗେଟ କରିଛି । ଏହି ଟାର୍ଗେଟ ହାସଲ ପାଇଁ ରାଜ୍ୟ ସରକାର 5-ଟିର ମନ୍ତ୍ର ଆପଣେଇଛନ୍ତି । ଏଥିରେ ରାଜ୍ୟର ପରିବର୍ତ୍ତନ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଟିମୱାର୍କ, ସ୍ବଚ୍ଛତା, ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଦ୍ବାରା ହାସଲ କରାଯିବ । ଏହି ନୀତି ଦ୍ବାରା ଶିଳ୍ପର ଅଭିବୃଦ୍ଧିରେ ସୁଫଳ ମିଳିବା ଆରମ୍ଭ ହୋଇଥିବା ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ 20 ମାସ ମଧ୍ୟରେ ରାଜ୍ୟ ସରକାର 120ରୁ ଅଧିକ ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏସବୁ ଶିଳ୍ପରୁ ରାଜ୍ୟରେ 92ହଜାର 686 କୋଟି ପୁଂଜିନିବେଶ ହେବାକୁ ଯାଉଛି । ଏହାଦ୍ବାରା 1ଲକ୍ଷ 20 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସବୁ ବିଭାଗ ରାଜ୍ୟରେ ଉତ୍ପାଦନ ଭିତ୍ତିକ ଶିଳ୍ପକୁ ଉତ୍ସାହିତ କରିବା ସହ ରାଜ୍ୟର ଯୁବପୀଢୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ ଇନ ଓଡିଶା ସମ୍ପର୍କିତ ଏକ କଫି ଟେବୁଲ ବହିର ଉଦଘାଟନ କରିଛନ୍ତି । ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ସଚିବ ସଂଜିବ ଚୋପ୍ରା ଓ ଇଡକୋ ସିଏମଡି ସଂଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

fourteen − 11 =