ପକୁଡି ବିକିବି, କିନ୍ତୁ ବିଜେପି ଯିବିନି

ଭୁବନେଶ୍ୱର () ରାତି ଅଧିଆ କଂଗ୍ରେସରୁ ବହିଷ୍କୃତ ହେବା ପରେ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସାଗରିଆ ରାଜ୍ୟ ପ୍ରଦେଶ କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି । ଦଳକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଛନ୍ତି । ବରଂ ବିରୋଧୀଦଳ ନେତା ଓ ବିରୋଧୀଦଳ ମୁଖ୍ୟ ସଚେତକ ସରକାରୀ ଦଳ ସହ ହାତ ମିଳାଇ କଂଗ୍ରେସକୁ ଦୁର୍ବଳ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହବା ଆବଶ୍ୟକ । ତେବେ ସେ ବିଜେପିରେ ଯୋଗଦେବା ନେଇ ହଉଥିବା ଚର୍ଚ୍ଚାକୁ ଅସ୍ବୀକାର କରିଛନ୍ତି । କହିଛନ୍ତି ରାସ୍ତାରେ ପକୁଡି ବିକିବି ପଛେ ବିଜେପି ଯିବିନି । ଯେଉଁ ଦଳ ଲୋକଙ୍କ ସହ ରହିବ ସେ ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × one =