ବି.କେ ଶର୍ମା ଇନଚାର୍ଜ ଡିଜିପି

ଭୁବନେଶ୍ୱର() ବିଜୟ କୁମାର ଶର୍ମାରେ ହେଲେ ଭାରପ୍ରାପ୍ତ ଡିଜିପି ।ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ପରେ ବିଜୟଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏବେ ଅଗ୍ନିଶମ ବିଭାଗ ଡିଜି ଅଛନ୍ତି ବିଜୟ ଶର୍ମା । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ବରିÂ ଆଇପିଏସ ଅଫିସର । ତେବେ ଲୋକୟୁକ୍ତ ସଦସ୍ୟ ଭାବେ ମନୋନୀତ ହେଇଛନ୍ତି ରାଜେନ୍ଦ୍ର ଶର୍ମା ।  ଆସନ୍ତାକାଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦ ଛାଡ଼ିବେ ରାଜେନ୍ଦ୍ର ପ୍ରସାଦ ଶର୍ମା । ତାଙ୍କ ସ୍ଥାନରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବେ ବିଜୟ ।

ସେପଟେ କିଏ ହେବେ ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ, ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି ଡିଜିପି ଆର.ପି ଶର୍ମା ।

Share

Leave a Reply

Your email address will not be published. Required fields are marked *

three × 5 =