ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ

ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗାଁର। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରିରହିଛି ସର୍ଚ୍ଚ ଅପରେସନ।

ତେବେ ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗତକାଲି କାଳିଜାଈ ଦର୍ଶନ ସାରି ଫେରିବା ବେଳେ ଚିଲିକାରେ ଡଙ୍ଗାଟି ବୁଡ଼ିଯାଇଥିଲା ।

ପ୍ରବଳ ବର୍ଷା ପବନ ଯୋଗୁ ଚିଲିକାରେ ଡଙ୍ଗା ବୁଡ଼ି ଯାଇଥିଲା। ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି । କାଳିଜାଈରୁ ଫେରିବା ବେଳେ କାଳବୈଶାଖୀ ଯୋଗୁ କୂଳରେ ଅଘଟଣ ଘଟିଥିଲା। । ଡଙ୍ଗାରେ ବାଲେଶ୍ୱର ଅଞ୍ଚଳର ୧୨ ଜଣ ଥିଲେ।

Share

Leave a Reply

Your email address will not be published. Required fields are marked *

17 − seventeen =