ବଜାରରେ ହୁ ହୁ ହୋଇ ବଢୁଛି ଟମାଟୋ ଦର

ବଜାରରେ ହୁ ହୁ ହୋଇ ବଢୁଛି ଟମାଟୋ ଦର । ୪ ଦିନ ତଳେ ଟମାଟୋ ଦର ୨୫ରୁ ୩୦ ଟଙ୍କା ଦରରେ ବିକ୍ରୀ ହେଉଥିବାବେଳେ ଏବେ ଏହା ୮୦ରୁ ୯୦ ଟଙ୍କାରେ ବିକ୍ରୀ ହେଉଛି । ସପ୍ତାହକ ଭିତରେ ଟମାଟୋର ମୂଲ୍ୟ ପ୍ରାୟ ୩ ଗୁଣା ବୃଦ୍ଧି ପାଇଛି । କିଛିଦିନ ତଳେ ଲେମ୍ବୁ ଦର ବୃଦ୍ଧି ପାଇଥିବାବେଳେ ଏବେ ଟମାଟୋ ଦର ବଢିଥିବାରୁ ଗ୍ରାହକ ଚିନ୍ତାରେ । ଭୁବନେଶ୍ୱର ଏବଂ କଟକରେ ଟମାଟୋ ଦର ୭୦ରୁ ୮୦ ଟଙ୍କାରେ ବିକ୍ରୀ ହେଉଛି । ସେହିପରି ବ୍ରହ୍ମପୁରରେ ଟମାଟ ଦର ୭୦ ରହିଥିବାବେଳେ ଜୟପୁର, କେନ୍ଦ୍ରାପଡା , ଯାଜପୁରରେ ୬୦ ଟଙ୍କାରେ ବିକ୍ରୀ ହେଉଛି ଟମାଟୋ ।

Share

Leave a Reply

Your email address will not be published. Required fields are marked *

ten + 17 =