ଭିଜିଲାନ୍ସ ଜାଲରେ ପୋଲିସ ଅଫିସର

କେନ୍ଦୁଝର () ଭିଜିଲାନ୍ସ ଜାଲରେ ପୋଲିସ ଅଫିସର ।ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ଅଫିସର । କେନ୍ଦୁଝର ସଦର ଥାନା ଏଏସଆଇ ଗୌତମ ଚନ୍ଦ୍ର ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗୌତମ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜବତ ହୋଇଥିବା ଗାଡିକୁ ଛାଡିବା ପାଇଁ ସେ ଜଣଙ୍କ ଠାରୁ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ହୃଦାନନ୍ଦ ମହାନ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଛାଡିବା ପାଇଁ ଗୌତମ ୪୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରେ ମୂଲଚାଲ ହେବା ପରେ ୨୦୦୦ ଟଙ୍କାରେ କଥା ଛିଣ୍ଡିଥିଲା। ଗୁରୁବାର ସଦର ଥାନା ଆଗରେ ହୃଦାନନ୍ଦ ତାଙ୍କୁ ୨୦୦୦ ଟଙ୍କା ଦେଇଥିବା ବେଳେ ଭିଜିଲାନ୍ସ ଗୌତମଙ୍କୁ କାବୁ କରି ନେଇଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିସହ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply

Your email address will not be published. Required fields are marked *

eight − two =