ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ବସ୍

ଖଣ୍ଡଗିରିରେ ଜଳିଗଲା ବସ୍ । ଖଣ୍ଡଗିରି ମହିନ୍ଦ୍ରା ପେଟ୍ରୋଲ ଟାଙ୍କି ନିକଟରେ ୨ଟି ବସ୍ ଜଳିଯାଇଛି । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ବସ ଦୁଇଟି ଗତକାଲି ରାତିରେ ସେଠାରେ ପାର୍କିଂ କରାଯାଇଥିଲା । ତେବେ ବସ ଭିତରେ କେହି ନ ଥିବାରୁ ଏହି ଅଘଟଣରେ କୌଣସି ମୃତାହତ ଘଟି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଖଣ୍ଡଗିରି ଠାରେ ଥିବା ଏକ ପେଅଟେଆଲ ପମ୍ପ ନିକଟରେ ରାସ୍ତାକଡ଼ରେ ୨ଟି ଘରୋଇ ବସ୍ ପାର୍କିଂ କରାଯାଇଥିଲା । ଆଜି ସକାଳୁ ବସ ଦୁଇଟି ସେମାନଙ୍କ ଗନ୍ତବ୍ୟ ପଥରେ ଯାଇଥାନ୍ତେ । ତେବେ ବସ ଦୁଇଟି ଉପରେ ୧୧ କେଭିର ବିଦ୍ୟୁତ ତାର ଟଣାଯାଇଥିଲା । କୌଣସି କାରଣରୁ ଏହି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍ ଦୁଇଟି ଧୁଧୁ ହୋଇ ଜଳି ଉଠିଥିଳା । ସକାଳ ପ୍ରା ୬ଟା ବେଳେ ଏହି ଅଘଟଣ ଘଟିଥିଳା । ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

4 − two =