ସୁରଙ୍କ ପରେ ତାରା କହିଲେ ବିଜେପୁର ପରୀକ୍ଷାରେ ପାସ୍ କରିବନି କଂଗ୍ରେସ

ବରଗଡ () ଆଜି ବିଜେପୁରରେ ହେଉଥିବା ବଡ ପରୀକ୍ଷାରେ ଫେଲ ମାରିପାରେ କଂଗ୍ରେସ । କଂଗ୍ରେସର ସ୍ଥିତି ଭଲ ନଥିବାରୁ ବିଜେପୁରରେ ବ୍ୟାକଫୁଟରେ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ତେବେ ବିଜେପୁରରେ କଂଗ୍ରେସ ମୋଟ ୨୦ ଲକ୍ଷ ଟଙ୍କାରେ ନିର୍ବାଚନ ଲଢୁଛି । ପିସିସି ସଭାପତି ନିରଞ୍ଜନ ୨୦ ଲକ୍ଷ ଟଙ୍କା ବିଜେପୁରରେ ଖର୍ଚ୍ଚ କରିବାକୁ ଦେଇଛନ୍ତି । ମାତ୍ର ବିଜେପି, ବିଜେଡି ଯେଉଁ ଭଳି ଟଙ୍କା ଉଡାଉଛନ୍ତି ତାଙ୍କ ଆଗରେ ଆମେ କେତେ ଦୂର ପାରିବୁ ଭଗବାନ ଜାଣନ୍ତି ବୋଲି ତାରା କହିଛନ୍ତି ।

ତେବେ ବିଜେପୁରରେ କଂଗ୍ରେସର ଭଲ ସ୍ଥିତି ନାହିଁ ବୋଲି ସିଧାସିଧା ସ୍ୱୀକାର କରିଛନ୍ତି ତାରା । ତାରାଙ୍କ ପୂର୍ବରୁ ବିଧାୟକ ସୁର ରାଉତରାୟ ମଧ୍ୟ ବିଜେପୁରରେ କଂଗ୍ରେସର ଖରାପ ସ୍ଥିତି କଥା କହିଥିଲେ । କଂଗ୍ରେସ ବିଜେପୁରରେ ଜିତି ପାରିବନି ବୋଲି କିଛି ଦିନ ତଳେ ସୁର କହିଥିଲେ ।

Share

Leave a Reply

Your email address will not be published. Required fields are marked *

8 − six =